ରାକ୍ଷୀ - ଅର୍ଚ୍ଚନା ଦେଓ


ବରଷକ ପରେ ଆସିଛି ରାକ୍ଷୀ
କରୋନା ପାଇଁ ସବୁ ବନ୍ଦ ପଡ଼ିଛି
ବିବାହିତ ଭଉଣୀ ଭାବୁଛି
ଭାଇ ପାଖକୁ ଯିବ କେମିତି
ରାକ୍ଷୀ ବାନ୍ଧି ଦେବ ହାତରେ ତା'ର
ଭାଇ ଏପଟେ ରାହା
ଦେଖୁଥିବେ ଭଉଣୀର
ତାଙ୍କ ହାତରେ ବାନ୍ଧିବ ରାକ୍ଷୀ
କିନ୍ତୁ ପରିସ୍ଥିତିକୁ ନଜର ରଖି
ଭାଇ ମନା କରିଛନ୍ତି
ନିରୀମାକ୍ଷି ଭଉଣୀକୁ
ଦେଶକୁ ଆସିଛି ମହାମାରୀ
ଶାଶୂ ଘରେ ରହିଥା ଲୋ ଭଉଣୀ
ଏବେ ପରିସ୍ଥିତି ନୁହେଁ ସମ୍ଭାଳ
ଆର ବରଷକୁ ଦେବୁ ତୁ ରାକ୍ଷୀ
ରାକ୍ଷୀ ଏକ ପବିତ୍ର ବନ୍ଧନ
ହୃଦୟରୁ ଦେ ତୁ ବାନ୍ଧି
ରକ୍ଷା କରୁଥିବି ତୋତେ
ହଜାର ଜନ୍ମ ରଖି।

     ଅର୍ଚ୍ଚନା ଦେଓ
   ଯାଜପୁର, ବାରଗଡ଼ିଆ

Post a Comment

0 Comments